Cases

bhrc social work

BHRC 2026-09-14 17:08:13



ଅତ୍ୟନ୍ତ ଦୁଃଖଦ ଶୋକ ସମ୍ବାଦ 🕯️


ଅତ୍ୟନ୍ତ ଦୁଃଖର ସହିତ ଜଣାଉଛୁ ଯେ, ଗତ 11/09/2026 ତାରିଖରେ ଆମର ପ୍ରିୟ ଭାଇ ରଞ୍ଜନ ପ୍ରଧାନ, ଗ୍ରାମ ବୁର୍ବୀ, କନ୍ଧମାଳ, ପରିବାରର ଭରଣପୋଷଣ ପାଇଁ କେରଳରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ସମୟରେ ଗୁରୁତର କିଡନୀ ସମସ୍ୟାରେ ପୀଡ଼ିତ ହୋଇଥିଲେ। ପରେ ତାଙ୍କ ଶରୀରର ଅନ୍ୟାନ୍ୟ ଅଙ୍ଗ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇ, ଶେଷରେ ସେ ମୃତ୍ୟୁବରଣ କରିଥିଲେ।


ତାଙ୍କ ମୃତଦେହକୁ କେରଳରୁ ବିମାନ ଯୋଗେ ଭୁବନେଶ୍ୱର (BBSR) ଅଣାଯାଇଥିଲା। ପରେ ସରକାର, Bharatiya Human Rights Council (BHRC) ଏବଂ Rise Well Initiatives (RWI) ସାମାଜିକ ସେବା ସଂସ୍ଥାର ସହଯୋଗରେ ତାଙ୍କ ମୃତଦେହକୁ କନ୍ଧମାଳ ଜିଲ୍ଲାର ତାଙ୍କ ନିଜ ଗ୍ରାମ ବୁର୍ବୀକୁ ପଠାଇବାର ବ୍ୟବସ୍ଥା କରାଯାଇଥିଲା।


ଏହି ମାନବିକ କାର୍ଯ୍ୟରେ BHRC National Advisor Dr. Ashish Kumar Naik ସମ୍ପୂର୍ଣ୍ଣ ଯୋଗାଯୋଗ ଓ ସମନ୍ୱୟ କରି, ମୃତଦେହ ଭୁବନେଶ୍ୱରରେ ପହଞ୍ଚିବାଠାରୁ ତାଙ୍କ ନିଜ ଗ୍ରାମକୁ ସୁରକ୍ଷିତ ଭାବେ ପଠାଇବା ପର୍ଯ୍ୟନ୍ତ ଆବଶ୍ୟକ ବ୍ୟବସ୍ଥାରେ ସହଯୋଗ କରିଥିଲେ।


ଏହି ଦୁଃଖଦ ସମୟରେ ରଞ୍ଜନ ପ୍ରଧାନଙ୍କ ପରିବାରବର୍ଗଙ୍କ ପ୍ରତି ଆମର ଗଭୀର ସମବେଦନା। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ଏବଂ ଶୋକସନ୍ତପ୍ତ ପରିବାରକୁ ଏହି ଅପୂରଣୀୟ ଦୁଃଖ ସହିବା ପାଇଁ ଶକ୍ତି ଦିଅନ୍ତୁ। 🙏


ଜୟ ହିନ୍ଦ୍ 🇮🇳 ଜୟ ଭାରତ 🇮🇳

Helpline Number:

+91 84808 97212, 011-693 20438

Time : 10 AM to 5 PM
Except Sunday & National Holiday
Get In Touch
LIVE
NEWS RAIL
G20
Swachh Bharat Mission
MyGov
IAF
Digital India
Azadi Ka Amrit Mahotsav
Income Tax 80G Verified
National Commission For Women
Ministry Of Ayush
ISO
NGO Darpan
MSME
Odisha Govt